Banner Ad

ଆଜି ନୌସେନା ଦିବସ

ଆଜି ନୌସେନା ଦିବସ
Published by : Jyotshna Kumari
#National
Dec 4, 2024, 9:47 AM

ଦ କୁଇଭର ବ୍ୟୁରୋ :- ଆଜି ନୌସେନା ଦିବସ । ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ନୌବୀର । ବିଶ୍ବ ଦେଖିବ ଭାରତର ଦମ । କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଜଭବନରେ ରାତ୍ରୀ ଯାପନ ପରେ ଆଜି ସକାଳୁ ପୁରୀ ଯିବେ ମହାମହିମ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍‌ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି।ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଭାରତର ତିନି ସେନା, ସ୍ଥଳସେନା, ବାୟୁସେନା ଏବଂ ନୌସେନା ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ। ଭାରତୀୟ ସେନାର ନାଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,State

ବ୍ରହ୍ମପୁରର ୨୦ ଜଣ ବିଜେଡି କର୍ପୋରେଟରଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମର ୨୦ ଜଣ ବିଜେଡି କର୍ପୋରେଟର ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଯାହାକୁ ନେଇ ଏକ ହାଇ ଡ୍ରାମା ଦେଖାଦେବା ସହିତ ନାନା କଳ୍ପନା ଜଳ୍ପନା ଲାଗି ରହିଛି l ତେବେ ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ଯ୍ୟକୁ ବିରୋଧ କରି କର୍ପୋରେଟର ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାଇଁ ୬୩ଲକ୍ଷ ଟଙ୍କା ଏକ ଟ୍ରଷ୍ଟକୁ କିଭଳି ପ୍ରଦାନ କରାଯାଇଛି , ଏହା ସହିତ ମହାନଗର ନିଗମରେ ଅଧାପନ୍ତରିଆ ଭାବେ ପଡିରହିଥିବା ବିଭିନ୍ନ ପୋଖରୀର କାର୍ଯ୍ୟ କେଉଁ ପରିସ୍ଥିତିରେ ବନ୍ଦ ରହିଛି, ଏଭଳି କିଛି ସମସ୍ୟା ନେଇ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୨୦ ଜଣ କର୍ପୋରେଟର l

State

ଚାଷ ବିଲରେ ନୌସେନା ବିମାନ : ଜରୁରୀକାଳୀନ ଅବତରଣ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ଅଚାନକ ଜରୁରୀକାଳୀନ ଭାବେ ବିଲ ଭିତରେ ଅବତରଣ କଲା ନୌସେନା ହେଲିକପ୍ଟର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତ ଅମରଦା ଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀମାନେ ଧାନ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଧାନକୁଟା ଉଡିବାରୁ ସେଠାରେ ଅବତରଣ ନ କରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକେପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକେପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକେପ୍ଟର ଦେଖିବାକୁ ଭିଡ଼ ଜମିଥିଲା ।



State

ଆସନ୍ତା ୫ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୁହୁଡ଼ିଆ ପାଗ

Blog Thumbnail

ଦ କୁଇଭର ବ୍ୟୁରୋ :-:ବଙ୍ଗୋପ ସାଗରରେ ବାତ୍ୟା ଫେଙ୍ଗାଲ (ଫେଞ୍ଜାଲ) ପରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଆସିଛି । ଗତ ସପ୍ତାହଠାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ, କିଛି ଜିଲ୍ଲାରେ କାଉଁଳିଆ ପାଗ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଗାମୀ ୫ ଦିନ ପାଇଁ ପାଣିପାଗ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋସିଆଲ ମିଡିଆ X ଜରିଆର ଆଜି ୪ ତାରିଖଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେମିତି ରହିବ ପାଣିପାଗ, ସେନେଇ ସୂଚନା ପ୍ରଦାନ କରାଯାଇଛି ।ଗତ କିଛି ଦିନ ଧରି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୋହଲା ପାଗ ଜାରି ରହିଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୯ ତାରିଖ ସୋମବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ।ଡିସେମ୍ବର ୪ ଏବଂ ୫ ତାରିଖରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସାମ୍ବାବନା ଅଛି । ସେପଟେ ୮ ଏବଂ ୯ ତାରିଖରେ ଚିହ୍ନିତ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସାମ୍ବାବନା ଅଛି । ଅନ୍ୟପକ୍ଷରେ ୬ , ୭ ଏବଂ ୧୦ ତାରିଖରେ ପାଗ ପ୍ରାୟତଃ ଶୁଖିଲା ରହିପାରେ ।

State

କବିତା ସଂକଳନ 'ଅନ୍ତଃସ୍ଵର'ର ଉନ୍ମୋଚନ ସମାରୋହ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।


ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।

State

ନନ୍ଦନକାନନରେ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣକୁ ଗୁରୁତ୍ବ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବିଭିନ୍ନ ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜେବ୍ରା, ଏସୀୟ ସିଂହ, ବଣ କୁକୁଡ଼ା ଓ ଚିତାବାଘ ଅଣାଯିବ। ଓଡ଼ିଶାର ଏହି ଏକମାତ୍ର ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ ଖୁଆଡ଼ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସମସ୍ତ ସଫାରିଗୁଡ଼ିକର ପ୍ରବେଶ ପଥର ଉନ୍ନତୀକରଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ମୁଖ୍ୟ ଫାଟକର ଉନ୍ନତୀକରଣ, ପ୍ରଥମ ଫାଟକରୁ ଝରଣା ଛକ ପର୍ଯ୍ୟନ୍ତ ଘାସ ଗାଲିଚା, ପ୍ରାକୃତିକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଛି।ଏବେ ପ୍ରାଣୀ ଉଦ୍ୟାନରେ ୧୬୮ ପ୍ରଜାତିର ୪,୨୪୨ଟି ବନ୍ୟପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ୭୮ ପ୍ରଜାତିର ୧,୮୭୧ଟି ପକ୍ଷୀ, ୫୪ ପ୍ରଜାତିର ୧,୯୮୦ ସ୍ତନ୍ୟପାୟୀ, ୩୦ ପ୍ରଜାତିର ୩୭୦ ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହା ପରିସରରେ ଶିଶୁ ରେଳଗାଡ଼ି, ରୋପ୍‌ୱେ, ୪ଟି ସଫାରି(ବାଘ, ସିଂହ, ଭାଲୁ ଓ ତୃଣଭୋଜୀ ପ୍ରାଣୀ) ରହିଛି। ବ୍ୟାଟେରି ଚାଳିତ ଗାଡ଼ିର ସୁବିଧା କରାଯାଇଛି। ଏହାବ୍ୟତୀତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବିନା ଶୁଳ୍କରେ ପ୍ରବେଶ, ପରିଭ୍ରମଣ ପାଇଁ ଚକ ଲାଗିଥିବା ଗାଡ଼ିର ବ୍ୟବସ୍ଥା କରାଯାଇଛି।

State

ବଢିପାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ । ବିଧାୟକ ପାଣ୍ଠି ୩ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ସବୁ ଦଳର ସଦସ୍ୟ । ବିଜେଡି ଓ କଂଗ୍ରେସ ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ବିଧାୟକ ମାନେ ମଧ୍ୟ ଦାବିକୁ ସମର୍ଥନ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ସୁରମା ପାଢୀ । ବିଧାୟକଙ୍କ ଦରମା ୨ ଲକ୍ଷ ୫୦ ହଜାର ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ ଏକ କମିଟି ସୁପାରିଶ କରିସାରିଛନ୍ତି । ଦରମା ବୃଦ୍ଧି ନେଇ ମଙ୍ଗଳବାର କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିରେ ବିଧାୟକ ଭାସ୍କର ମଢେଇ ଅଧ୍ୟକ୍ଷ ରହିବେ । କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ବିଧାୟକ ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ l ଏବେ ନୂଆ ସରକାର ଆସିବା ନୂଆ କମିଟି ଗଠନ ହୋଇଛି । ଦରଦାମ ବୃଦ୍ଧି ପାଇଁ ଦରମା ଓ ପେନସନ ବଢାଇବା ଦାବି ଉଠିଛି ।

National,International

ଏଫବିଆଇ ମୁଖ୍ୟ ହେବେ ଗୁଜରାଟୀ

Blog Thumbnail

ନୁ୍ୟୟୋର୍କ(ଦ କୁଇଭର): ବିଶ୍ୱରେ ଭାରତୀୟଙ୍କ ଦବଦବା ବଢ଼ିବାରେ ଲାଗିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ରହିଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା ଏଫବିଆଇ ବା ଫେଡରାଲ ବୁ୍ୟରୋ ଅଫ ଇନଭେଷ୍ଟିଗେସନର ମୁଖ୍ୟ ହେବେ ଜଣେ ଭାରତୀୟ ବଂଶୋଦ୍ଭବ ବା ଗୁଜରାଟୀ କାସ ପଟେଲ । ଏନେଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟ୍ରମ୍ପ ସରକାର ଆସିବା ସହ ଭାରତୀୟଙ୍କ ଗୁରୁତ୍ୱ ବଢ଼ିବ ବୋଲି କୁହାଯାଉଛି ।

ଟ୍ରମ୍ପ କାସ ପଟେଲଙ୍କୁ ଏଫବିଆଇର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦେବା ପଛରେ କାସ ଟ୍ରମ୍ପଙ୍କ ପ୍ରତି ଥିବା ଅନୁଗତ୍ୟ ଏବଂ ଏଫବିଆଇକୁ କରୁଥିବା ସମାଲୋଚନା ହିଁ କାରଣ ବୋଲି ଦର୍ଶାଯାଇଛି । ୧୯୮୦ ଫେବୃୟାରୀ ୨୫ ତାରିଖ ନୁ୍ୟୟୋର୍କର ଗାର୍ଡେନ ସିଟିରେ ଜନ୍ମ ଗ୍ରହଣ କରିଥିବା ଏହି ଗୁଜରାଟୀ ପରିବାରର କାସ ରିଚମଣ୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ କରିଥିଲେ । ୪୪ବର୍ଷିୟ କାସ ଆଇନ ପାଠ ପଢ଼ି ଫେଡରାଲ ଡିଫେଣ୍ଡର ଭାବେ କାମ କରୁଥିଲେ ।

୨୦୧୬ରେ ଟ୍ରମ୍ପ ନିର୍ବାଚନ ବେଳେ ଟ୍ରମ୍ପ ଓ ମସ୍କୋ ସମ୍ପର୍କକୁ ନେଇ ହୋଇଥିବା ଏଫବିଆଇ ଅନୁସନ୍ଧାନ ଉପରେ ତର୍କ କରି ସେ ଜାତୀୟ ସ୍ତରରେ ନଜରକୁ ଆସିଥିଲେ । ସେହିଦିନ ଠାରୁ ସେ ଟ୍ରମ୍ପଙ୍କ ଗୁଡବୁକରେ ରହିଥିଲେ । ଏବେ ଟ୍ରମ୍ପ ପୁନର୍ବାର ଆମେରିକାରେ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଫଳରେ ଜଣେ ଭାରତୀୟ ଭାବେ ଏଫବିଆଇର ମୁଖ୍ୟ ହେବାର ସେ ସୌଭାଗ୍ୟ ପାଇଛନ୍ତି । ଏଫବିଆଇର ମୁଖ୍ୟ ଜଣେ ଗୁଜରାଟୀ ହେବା ପରେ ଏବେ ଆଦାନୀଙ୍କ ଲାଞ୍ଚ ମାମଲାର ଭାଗ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଏଫବିଆଇ କରୁଥିବା ତଦନ୍ତ ହାଇଜାକ ହୋଇଯିବ ନି ତ? ଆଦାନୀ ନିଦେ୍ର୍ଦାଷ ହୋଇଯିବେ ନି ତ? ଦେଖାଯାଉ କାସ ପଟେଲ ଏଫବିଆଇକୁ କେତେ ଶୃଙ୍ଖଳିତ ଭାବେ ନେଉଛନ୍ତି ଓ ଭାରତ ସହ ଥିବା ବିଭିନ୍ନ ମାମଲାରେ କି ଭୂମିକା ନେଉଛନ୍ତି?


Politics,State

ଗୃହରେ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଆଜି ବିଧାନସଭାରେ ବେଶ ଧୂଆଁଧାର ବ୍ୟାଟିଂ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଫିଲ୍ମରେ ଭିଲେନଙ୍କୁ ଧୋଇଲା ଭଳି ତାମିଲ ଲୁଟେରାଙ୍କ କଛା ଖୋଲିଦେଇଛନ୍ତି । ମାଟିତଳୁ ବାହାର କରିଛନ୍ତି ତାମିଲ ବାବୁ ମାନଙ୍କ ଲୁଟର ନମୂନା । ଏକଥା ଶୁଣିବା ପରେ ବିଭାଗୀୟ ମନ୍ତ୍ରୀଙ୍କର ବି ପାଟି ଚୁପ । କେବଳ ଅଫିସର ଦେଇଥିବା କାଗଜ ପଢ଼ି ଚୁପ ବସି ପଡ଼ିଛନ୍ତି ।

ଓଡ଼ିଶାରୁ ତାମିଲ କେତେ ଲୁଟିଛନ୍ତି ତାହା ଧିରେ ଧିରେ ଖୋଲୁଛି । ସେ ତାମଲ ଅଫିସର ହୁଅନ୍ତୁ କି ଠିକାଦାର ବା ବେପାରୀ । ସମସ୍ତଙ୍କ ଲୁଟ ଏବେ ପଦାକୁ ଆସିଲାଣି । ଏମିତି କିଛି ତାମିଲଙ୍କ ଲୁଟକୁ ଆଜି ଖୋଳିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ତାମିଲଙ୍କ ଲୁଟକୁ ଖୋଳି ନାହାନ୍ତି, ନବୀନଙ୍କ ମିଛ ସଚ୍ଚୋଟତାକୁ ଭୂଷା ମରିଛନ୍ତି । ଗୃହରେ ବହୁ ବଡ଼ କଥା କହିଛନ୍ତି ସିଦ୍ଧାନ୍ତ ।

ଗୃହରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଖର୍ଚ୍ଚ ଦାବି ଉପରେ ଆଲୋଚନା ଚାଲିଥିଲା । ବିଧାୟକ ସିଦ୍ଧାନ୍ତ ମନ୍ତ୍ରୀ ରବି ନାୟକଙ୍କୁ ପ୍ରଶ୍ନ କଲେ, କହିଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କେବେ ସରିବ? କେବେ ଗାଁକୁ ପାଣି ମିଳିବ? ପ୍ରକଳ୍ପ କାର୍ଯ୍ୟକାରୀ ଠିକ ହେଉଛି ତ? ଯାହା ଗାଇଡଲାଇନ ଅଛି ତାହା ଅନୁଯାୟୀ କାମ ହେଉଛି ତ? ଯେତିକି ଲୋକଙ୍କୁ ପାଣି ଯୋଗାଯିବ, ଉତ୍ସରୁ ସେତିକି ପାଣି ଉଠିବ ତ? ପାଇପ ଯେତିକି ଗଭୀରରେ ଯିବା କଥା ସେତିକି ଯାଇନି ତ? ଏମିତି ଏତେ ପ୍ରଶ୍ନ କଲେ ଯେ, ତାମିଲ ଠିକାଦାରଙ୍କ ପୂରା ଅନ୍ତନାଡ଼ି ପଦାକୁ ଆଣି ଥୋଇ ଦେଲେ । ବୁଝିବା ଲୋକେ ଠିକ ବୁଝୁଥିଲେ । ବିଜେଡି ବାଲାଏ ତ ମୁରୁକି ହସୁଥିଲେ । କି ବ୍ୟାଟିଂ କଲେ ସିଦ୍ଧାନ୍ତ ବୋଲି କେହି କେହି ପଚାରୁଥିଲେ । ଏମିତି ମାରିଲେ ଯେ, ତାମିଲ ଠିକାଦାରଙ୍କ ପାଞ୍ଜି ପଳାଇ ଆସିଲା ।

ଆଉ କେହି କେହି କହୁଥିଲେ, କେବଳ ଠିକାଦାର କାହିଁକି, ଏସବୁ କାମ ୫ଟି ଅଧିନରେ ହେଉଥିଲା । ତେଣୁ ୫ଟି ଦାୟିତ୍ୱରେ ଥିବା ତାମିଲ ବାବୁଙ୍କ କାରନାମା ବି ପଦାକୁ ଆଣି ଥୋଇ ଦେଲେ ସିଦ୍ଧାନ୍ତ । ଏହାପରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନେକ ବିଧାୟକ ପ୍ରଶ୍ନ କଲେ । ବିଚରା ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଗଲା । କହିବେ କ’ଣ? ଅଫିସରମାନେ ଯାହା ଲେଖି ଦେଇଥିଲେ, ସେତିକି ପଢ଼ିଦେଇ ବସିଗଲେ । ନିଶ୍ୱାସ ଟେ ମାରିଲେ । କହିଲେ ଓ ସିଦ୍ଧାନ୍ତ ଭାଇ ହୀରୋ ଭଳି ଝାଳ କାଢ଼ି ଦେଲେ । ଏମିତି ମାରିଲେ ଯେ, ତାମିଲ ଭିଲେନ ମାନଙ୍କ ମଞ୍ଜି କାଢ଼ି ଦେଲେ । ଏବେ ମନ୍ତ୍ରୀ ଯଦି ନଦରାଣ୍ଡିବେ, ପ୍ରକଳ୍ପ ଆରମ୍ଭ ହେଉ ହେଉ ଫେଲ ମାରିବ ଓ ଦୁର୍ନୀତିକୁ ସମର୍ଥନ କଲେ ବୋଲି ଜଣାପଡ଼ିବ । ଯଦି ଦରାଣ୍ଡିବେ, ତାମିଲ ଭିଲେନ ସବୁ ପଦାରେ ପଡ଼ିବେ । ଦେଖାଯାଉ ମନ୍ତ୍ରୀ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂରେ ତାମିଲ ଭିଲେନ ମାନଙ୍କୁ ଆଉଟ କରୁଛନ୍ତି ନା ନିଜେ କ୍ୟାଚ ଧରି ସିଦ୍ଧାନ୍ତଙ୍କୁ ଚୁପ କରିଦେଉଛନ୍ତି?


State

ବ୍ରହ୍ମପୁର ପୋଲିସ ପକ୍ଷରୁ ସାଇବର ଠକରୁ ବଞ୍ଚିବା ପାଇଁ ଜାରି କରାଯାଇଛି ଏକ ସଚେତନତା ଭିଡ଼ିଓ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସଂପ୍ରତି ସାଇବର ଠକ ବିଭିନ୍ନ ଉପାୟରେ ଜନସାଧାରଣଙ୍କ କଷ୍ଟ ଅର୍ଜିତ ଅର୍ଥକୁ କିଛି କ୍ଷଣ ମଧ୍ୟରେ ଲୁଟି ନେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ମୋବାଇଲ ର ୱାଟସଆପ ରେ ଏସବିଆଇ ଲୋଗୋ ଥାଇ ଏକ ଆପ ରେ ବିଭିନ୍ନ ଲିଙ୍କ ଆସି ଲୋକଙ୍କୁ ଭ୍ରମିତ କରୁଛି । ଯାହାକୁ ନେଇ ସାଇବର ଠକଙ୍କ ଠାରୁ ନିଜକୁ କିଭଳି ଦୂରରେ ରଖିବେ ସେ ନେଇ ଏକ ସଚେତନତା ଭିଡିଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।

National

ପରାକ୍ରମ ଦେଖେଇଲେ ନୌସେନା : ମୁଖ୍ୟ ଅତିଥି ମହାମହିମ

Blog Thumbnail

ପୁରୀ( ଦ କୁଇଭର ):- ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ ଦୃଦୟ ଛୁଇଁଛି। ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

State

୫ରେ ପୁଣି ଘୂର୍ଣ୍ଣିବଳୟ

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫେଙ୍ଗଲ୍‌’ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସ୍ଥଳ ଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ସହ ତୁହାକୁ ତୁହା ବର୍ଷା ଲାଗିରହିବାରୁ ଜନଜୀବନ ପ୍ରଭାବିତ ହୋଇଛି। ହଜାର ହଜାର ଘର ଭାଙ୍ଗିଛି। ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଆଜି ରିପୋର୍ଟ ଲେଖାଯିବା ବେଳକୁ ଅବପାତ ରୂପରେ ତାମିଲନାଡ଼ୁ ଭିତରେ ରହିଥିଲା । ଗୋଟିଏ ବାତ୍ୟା ଯିବା ପରେ ଆଉ ଗୋଟିଏ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।


ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବ। ଏହି ସମୟରେ ଶୀତ ବଢ଼ିବ। ତେବେ ୭ରୁ ୯ ତାରିଖ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡିସେମ୍ବର ୨, ୩ ଓ ୯ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୫ରୁ ୭ ତାରିଖ ମଧ୍ୟରେ କୁହୁଡ଼ି ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳର କେତେକ ସ୍ଥାନ ଏବଂ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବାକି ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l

Education

ଏମକେସିଜି ରେ ପୁଣି ରେଗିଙ୍ଗ, ଅଭିଯୋଗ ଭିତ୍ତିହୀନ କହିଲେ ଆଣ୍ଟି ରେଗିଙ୍ଗ ସେଲ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଜଣେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ l ସିନିୟର ଡାକ୍ତରୀ ଛାତ୍ରୀ ମାନେ ଜୁନିୟର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ହୋଇଥିଲା l ଏହି ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରେଗିଙ୍ଗ ସେଲ କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଏମକେସିଜି କଲେଜରେ ଏମବିବିଏସ ପଢୁଥିବା ସିନିଅର ଛାତ୍ରୀ ଜୁନିଅର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ପରେ ୪ଜଣ ସିନିଅର ଛାତ୍ରୀଙ୍କୁ ଆଣ୍ଟି ରେଗିଙ୍ଗ ସେଲ ନୋଟିସ କରିଥିଲା l ଏନେଇ ସୋମବାର ଦିନ ଏମକେସିଜି ମେଡିକାଲ କଲେଜ ରେ ଆଣ୍ଟି ରେଗିଙ୍ଗ ସେଲ ର ସ୍ୱତନ୍ତ୍ର ବୈଠକ ବସିଥିଲା l ବୈଠକ ରେ ସମସ୍ତ ଅଭିଯୋଗ ଶୁଣିବା ପରେ ରେଗିଙ୍ଗ ର କୌଣସି ସତ୍ୟତା ନଥିବା କହିଥିଲେ ମେଡିକାଲ ଅଧ୍ୟକ୍ଷା l

State

କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଗଜସାଥି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Blog Thumbnail

କରଞ୍ଜିଆ( ଦ କୁଇଭର ):- ହାତୀ ଉପଦ୍ରବ ରୋକିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଏଫ୍ଓ ଶ୍ରୀକାନ୍ତ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଗଜସାଥୀ ମାନଙ୍କୁ ଦକ୍ଷତା ବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଏହି ଶିବିରରେ ଏସିଏଫ୍ ମଦନ ମୋହନ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ହାତୀଙ୍କ ଗତିବିଧି ଚାଲିଚଳନ, ପରିବେଶ, ପରିସ୍ଥିତି, ହାତୀଙ୍କ ହାବ ଭାବ ଇତ୍ୟାଦିକୁ ଦେଖି ସେମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେହି ବିଷୟ ଉପରେ ଆଲୋଚନା ହୋଇଥିଲା।



State,National

ଉଦଯାପିତ ହେଲା ଡିଜିପି ଆଇଜିପି ସମ୍ମିଳନୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ୩ ଦିନ ଧରି ଭୁବନେଶ୍ବରରେ ହେଉଥିବା ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀକୁ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ । କିନ୍ତୁ ଦିଲ୍ଲୀ ଯିବା ପୂର୍ବରୁ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଜାତୀୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ୩୬୦ ଡିଗ୍ରୀ ଆଲୋଚନା କରିଛନ୍ତି ମୋଦୀ, ଶାହା ଓ ଡୋଭାଲ । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ଶେଷ କରିବାକୁ ଗୁପ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ସର୍ବୋପରି ଏଭଳି ଗୁରୁମନ୍ତ୍ର ସହ ଶେଷ ହୋଇଛି ପୋଲିସ ଡିଜି ସମ୍ମିଳନୀ।


ତୃତୀୟ ଦିନରେ ୫ଟି ବିନ୍ଦୁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ଆତଙ୍କବାଦକୁ ଦମନ ପାଇଁ ରୋଡମ୍ୟାପ, ଉଗ୍ରବାଦୀ ସଙ୍ଗଠନର ସମୂଳ ବିନାଶ,ଉପକୂଳ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ,ନୂଆ ଆପରାଧିକ ଆଇନ ବ୍ୟବହାର,ନିଶା କାରବାରରେ ରୋକ,

ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନ୍ବୟ ରଖି କିଭଳି ଏହି ଚ୍ୟାଲେଞ୍ଜକୁ ସାମ୍ନା କରାଯାଇପାରିବ ସେନେଇ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ଯେଉଁ ରଣନୀତି ଓଡ଼ିଶାରୁ ପ୍ରସ୍ତୁତ ହୋଇଛି ତାହା ଆଗକୁ ପୂରା ଦେଶ ଦେଖିବ ।


ସୂଚନା ଥାଉକି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏଥର ୫୯ ତମ ଡିଜି-ଆଇଜି ସମ୍ମିଳନୀ ହୋଇଥିଲା । ଯାହା ନଭେମ୍ବର ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଦ୍ବିତୀୟ ଦିନ ଓ ଅନ୍ତିମ ଦିନ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

State

ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ। ଚିକିଟି ବିଧାୟକ ଚିନ୍ତାମଣି ଧ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଟ୍ରିଟ କୁ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ଚିକିଟି ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ସୁନାପୂର ବେଳାଭୂମିରେ ୫ଟି ପ୍ରିମିୟମ ରୁମ୍ ସହିତ ୨୨ ଟି ସାଧାରଣ ରୁମ୍ ପର୍ଯ୍ୟଟକ ଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ପର୍ଯ୍ୟଟକ ଙ୍କୁ ସ୍ଥାନୀୟ ବାସିନ୍ଦା କିଭଳି ଆତିଥ୍ୟ ପ୍ରଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆ ଯିବ ବୋଲି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ।

Politics

ବିଜେପି ନେତାଙ୍କ ଠିକାଦାର ପୁଅ

Blog Thumbnail

ଆଳି(ଦ କୁଇଭର): ଆଳି ନିର୍ବାଚନ ମଣ୍ଡଳୀର ବାଳକାଟୀ ଠୁ କୋଳିଢ଼ିଅ ରାସ୍ତା ନିର୍ମାଣରେ କାମ କମ ଲୁଟ ଅଧିକ ଚାଲିଛି । ଏହି ଲୁଟକୁ ଆଖି ବୁଜି ଦେଉଛନ୍ତି ବିଭାଗୀୟ ଅଧିକାରୀ । ପ୍ରଶ୍ନ ପଚାରିଲେ ଅଧିକାରୀମାନେ ଠିକାଦାର ପାଇଁ ଓକିଲାତି କରିବା ସହ ନାଲି ଆଖି ଦେଖାଉଛନ୍ତି । ଖବର ବୁଝୁ ବୁଝୁ ଜଣାପଡ଼ିଲା ଯେ, କାମର ଠିକାଦାର ହେଉଛନ୍ତି ଆଳି ବିଧାନସଭାର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ । ଏବେ ବୁଝା ପଡ଼ିଲା, ଅଫିସରମାନେ କାହିଁକି ଏହି କାମରେ ଓଳିସାହି କୁକୁର ଭଳି ହେଉଛନ୍ତି । ବାପାଙ୍କ ରାଜନୈତିକ ପତିଆରାରେ ପୁଅଙ୍କର ଚାଲିଛି ଲୁଟତରାଜ । ରାସ୍ତା କାମକୁ ର.. ଠ.. କି କରିଦେଇ ବିଲ ନେଇ ପାର ହୋଇଯିବାକୁ କରିଛନ୍ତି ଯୋଜନା ।

ଏବେ ଆସିବା ପ୍ରସଙ୍ଗକୁ । କଟକ-ଚାନ୍ଦବାଲି ରାସ୍ତାର ବାଳକାଟୀ ଠାରୁ ଖଣ୍ଡିଆପାଟଣା ଦେଇ କୋଳିଢ଼ିଅ ଗାଁକୁ ଥିବା ୫ କିଲୋମିଟର ରାସ୍ତାର ମରାମତି ପାଇଁ ଦାବି କରିଥିଲେ ଲୋକେ । ନିର୍ବାଚନ ପୂର୍ବରୁ ଦାବି ଯୋଗୁ ଏହି କାମ ପାଇଁ ୪କୋଟି ଟଙ୍କା ମଞ୍ଜୁରୀ ହୋଇଥିଲା । କିନ୍ତୁ ନିର୍ବାଚନ ଆଚରଣ ବିଧି ଯୋଗୁ କାମ ବନ୍ଦ ରହିଥିଲା । ଏବେ ୧ମାସ ହେବ କାମ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥିବା ଏହି ରାସ୍ତା କାମ ଅତି ନିମ୍ନମାନର ହେଉଛି । କାମକୁ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି । ବନ୍ଧ ତଳୁ ମାଟି ଉଠାଇ ରାସ୍ତାରେ ପକାଉଥିବାରୁ ବନ୍ଦ ମରାମତି ହେବ କ’ଣ ଦୁର୍ବଳ ହେଉଥିବା ଲୋକେ କହୁଛନ୍ତି । କାମ ପାଇଁ କ’ଣ ରହିଛି ନିଦେ୍ର୍ଦଶନାମା ଓ କି ପ୍ରକାର କାମ ହେଉଛି ସେନେଇ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିଥିଲେ । କାମର ମାନ ଓ ଉପଯୁକ୍ତ ତଥ୍ୟ ଦେବା ପରିବର୍ତ୍ତେ ଠିକାଦାର ସପକ୍ଷରେ ଓକିଲାତି କରିଥିଲେ । ବେଶି ପ୍ରଶ୍ନ କରୁଥିବା ଲୋକଙ୍କୁ ନାଲି ଆଖି ବି ଦେଖାଇଥିଲେ ।

କନିଷ୍ଠଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବା କଥା କହିବା ପରେ ଯନ୍ତ୍ରୀ ଜଣକ ନିଜର ଅସହାୟତା ଦର୍ଶାଇଥିଲେ । ତାଙ୍କ କଥା ଠିକାଦାର ଶୁଣୁ ନଥିବା ଓ କ୍ଷମତା ଦେଖାଇ କାମ କରୁଥିବା କହିଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ କାଳେ ନୀରବ ରହିବାକୁ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଠିକାଦାରଙ୍କ ପାଇଁ ବିଜେପିର ଲବି ରହିଛି ନା ଅଫିସରମାନେ ବିଜେପିକୁ ବଦନାମ କରିବାକୁ ଏପରି କରୁଛନ୍ତି । ଏଦିଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନଜର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦେଖାଯାଉ ଏହି କାମ ନେଇ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଏପରି ଲୁଟକୁ ସୁଯୋଗ ଦିଆଯାଉଛି?


State

ଏଚଆଇଭି ଏଡ଼ସ ସଚେତନତାରେ ରାଜ୍ୟରେ ଗଞ୍ଜାମ ପ୍ରଥମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଏଚଆଇଭି ଏଡ଼ସ ସଚେତନତା ରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି। ଡିସେମ୍ବର ୧ ବିଶ୍ଵ ଏଡ଼ସ ଦିବସ ଅବସରରେ ଭୁବନେଶ୍ୱର ରେ ଓସାକ୍ସ ପକ୍ଷରୁ ଆୟୋଜତ ଏକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାକୁ ସମ୍ମାନିତ କରାଯାଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଜୟ କୁମାର ପଣ୍ଡାଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଂଗ । ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏଡସ୍ ସଚେତନତା ପାଇଁ ସ୍ବତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉତ୍ତମ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ, ବୈଠକ, ସେହିଭଳି ବିଭିନ୍ନ ବିଦ୍ୟାଳୟରେ ମଧ୍ୟରେ ମଧ୍ୟ ଏଡ୍ସ୍ ନିରାକରଣ ସମ୍ପର୍କିତ ସଚେତନତା କରିଥିଲା । ରାଜ୍ୟ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ୫୫୦ ପ୍ରତିଶତ ଅଧିକ ଲକ୍ଷ୍ୟ ହାସଲ କରିଥିଲା । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଏଡ଼ସ ସଚେତନତା ପାଇଁ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି ।

Politics

ଅପରାଜିତାଙ୍କ ଭିତିରି ଗୋଟି

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଭିତରେ ଭିତିରେ ବେଶ ଭଲ ଗୋଟି ଚଳାଇଛନ୍ତି ଏମପି ଅପରାଜିତା ଷଢ଼ଙ୍ଗୀ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମିଶି ପୂରା ଲମ୍ବା ଖେଳ ଖେଳିଛନ୍ତି । ଓଡ଼ିଶାରେ ଚାଲିଥିବା ଭିତିରି ଗୋଡ଼ଟଣାର ପୂରା ତଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଥୋଇଛନ୍ତି । କେବଳ ସେତିକି କରିନାହାନ୍ତି, କାଳେ ଓଡ଼ିଶାର ବିକାଶ ପାଇଁ ଯୋଜନା ବି ନେଇ ଦେଖାଇଛନ୍ତି । ଯାହା ପୂର୍ବରୁ କେହି କରିନଥିଲେ । ସେହି ଚିତ୍ରକୁ ଦେଖି ମୋଦି କାଳେ ମନମୋହନଙ୍କ ସହ ଅପରାଜିତାଙ୍କ ଉପରେ ଖୁସି ଅଛନ୍ତି । ଏହାପରେ ମୋଦିଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ଆଦର କାଳେ କମିଛି । ମୋଦି ଆଉ ପୂର୍ବ ଭଳି କାଳେ ଭରସା କରିପାରୁ ନାହାନ୍ତି । ଏକଥା ଆମେ କାହୁନାହୁଁ, ଖୋଦ ମୋଦିଙ୍କ ଭାଷଣ ହିଁ ଇଙ୍ଗିତ କରୁଛି ।



ମୋଦି ଯାହା କହିଲେ ତାର ତର୍ଜମା ତ କରିବା, ଏବେ ଆସିବା ଅପରାଜିତାଙ୍କ ଗୋଟି ଚାଳନାକୁ । ଅପରାଜିତା କାଳେ ଭୁବନେଶ୍ୱର ତଥା ରାଜ୍ୟର ବିକାଶକୁ ନେଇ ଏକ ବିସ୍ତୃତ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଅପରାଜିତା ଓ ତାଙ୍କର ସହଯୋଗୀ ମାନଙ୍କୁ ଗୁଜୁରାଟ ବୁଲାଇ ପ୍ରସ୍ତୁତ ହେବାକୁ କହିଥିଲେ । ଠିକ ସେହି ସମୟରେ ଧର୍ମେନ୍ଦ୍ର ତାଙ୍କର ଗଡ ଫାଦର କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧରି କାଳେ ଗେମ ଖେଳିଦେଲେ । ତେଣୁ ଅପରାଜିତାଙ୍କୁ ଚାପିବାକୁ କୁହାଗଲା । ହେଲେ ଅପରାଜିତା ଦବିଲେ ନାହିଁ ।

ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ନିଦେ୍ର୍ଦଶରେ କାଳେ ରାଜ୍ୟ ସଭାପତି ଥିଲେ । ନିର୍ବାଚନ କିଛିମାସ ପୂର୍ବରୁ ରାଜ୍ୟର ସଭାପତି ବଦଳାଇ ମନମୋହନ ସାମଲଙ୍କୁ କରାଗଲା । ଏହାପରେ ଅପରାଜିତା ଓ ମନମୋହନ ମିଶିଗଲେ । ସାଙ୍ଗରେ ପ୍ରଦୀପ ପାଣିଗ୍ରାହୀ ଓ ଅପରାଜିତାଙ୍କ ସୈନ୍ୟସାମନ୍ତ ମିଶିଲେ । ସେହି ସମୟରେ ଧର୍ମେନ୍ଦ୍ରଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଉପରୁ ମିଳିସାରିଥିଲା ନିଦେ୍ର୍ଦଶ । ହେଲେ ବିଜେଡିର ଲୋକପ୍ରିୟତା ଆଗରେ ଲଢ଼େଇ କରି ଜିତିବାକୁ ପ୍ରାୟ ସମସ୍ତେ ଡରୁଥିଲେ । ସେ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କି ବୈଜୟନ୍ତ ପଣ୍ଡା ବା ସମ୍ବିତ ପାତ୍ର, କାହାର ଜୁ ପାଉ ନଥିଲା । ତେଣୁ ଆସିଲା ବିଜେଡି ସହ ମେଣ୍ଟ କଥା ।

ମେଣ୍ଟ ପାଇଁ ପ୍ରାୟ ସମସ୍ତେ ରାଜି ହୋଇଗଲେ । ହେଲେ ଅଡ଼ି ବସିଲେ ରାଜ୍ୟ ସଭାପତି ମନମୋହନ ଓ ଏମପି ଅପରାଜିତା । କୌଣସି ସ୍ଥିତିରେ ମେଣ୍ଟ ନକରିବାକୁ କହିଲେ । ମାତ୍ର ବହୁ ପୁୁରୁଖାମାନେ କହିଲେ, ବିଜେପି ଏକାକୀ ରାଜ୍ୟରେ ସରକାର କରିବା ସମ୍ଭବ ନୁହେଁ । ସେମାନେ ବିଶ୍ୱାସ କରିପାରୁ ନଥିଲେ । ହେଲେ ଅପରାଜିତା ଓ ମନମୋହନ ଅଡ଼ି ବସିଲେ । ଶେଷରେ ମେଣ୍ଟ ହେଲାନାହିଁ ଓ ବିଜେପି କେବଳ ସରକାର କଲା ନାହିଁ, ୨୧ ଏମପିରୁ ୨୦ ବିଜେପି ନେଇଗଲା । ଏହାପରେ ଚାଲ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ଦିଆଗଲା । ସବୁ ବୁଝିଗଲେ ମୋଦି ।

ଉପରୁ ଯୋଜନା ଚାଲିଥିଲା ଧର୍ମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ । ମାତ୍ର କାଳେ ମୋଦି ଅଡ଼ା ପଡ଼ିଗଲେ । ଏହାପରେ ରାଜ୍ୟ ରାଜନୀତିରେ ବଡ଼ ବଡ଼ ପରିବର୍ତ୍ତନ ହେବାରେ ଲାଗିଛି । ଅପରାଜିତାଙ୍କ ଭିତିରି ଗେମରେ ମୋଦି ଓଡ଼ିଶା ବିଜେପିର ସବୁ ସ୍ଥିତି ଜାଣି ଯାଇଛନ୍ତି । ତେଣୁ ଏଥର ଇଙ୍ଗିତ ଦେଇଗଲେ, ପୁରୁଖାମାନେ ହଇରାଣ କରନାହିଁ । ସରକାରଙ୍କୁ କାମ କରିବାକୁ ଦିଅ । ମୋଦିଙ୍କ ଏହି କଥା ଧର୍ମେନ୍ଦ୍ରଙ୍କ ସମେତ ବୈଜୟନ୍ତ ଓ ତାଙ୍କ ଗୋଷ୍ଠୀର ନେତା ମାନଙ୍କର ହୋସ ଉଡ଼ାଇ ଦେଲାଣି । କେମିତି ଓଡ଼ିଶାରେ ପତିଆରା ରଖିବେ ସେହି ଚିନ୍ତାରେ ଲାଗିଛନ୍ତି । ଅନ୍ୟପକ୍ଷରେ ଅପରାଜିତା ଓ ମନମୋହନ ପୂରା ଦମରେ ଦଳକୁ ବଢ଼ାଇବାରେ ଲାଗିଛନ୍ତି । ଦେଖାଯାଉ ମୋଦିଙ୍କ ଏହି ଚେତାବନୀରେ ବିଜେପିର ଭିତିରି ବିବାଦ ଥମୁଛି ନା ଚେର କଟା କଟି ବଢ଼ୁଛି?


State

ଠାକୁରମୁଣ୍ଡା ଠାରେ ୨୮ କୁଇଣ୍ଟାଲ୍ ପୋଚ ନଷ୍ଟ ସହିତ ୬୦ ଲିଟର ମହୁଲି ମଦ ଜବତ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ସରାଷପୋଶି ଗ୍ରାମ ନିକଟ ଦେଇ ଯାଇଥିବା ଝରଣା କୂଳରେ ଆଜି ସକାଳେ କୌଣସି ସୂତ୍ରରୁ ସେଠାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତି ନିମନ୍ତେ ଥିବା ପୋଚ ନଷ୍ଟ କରିବା ସହିତ ମହୁଲି ମଦ କୁ ଜବତ କରିଛନ୍ତି ।ଏହି ଗ୍ରାମ ମଧ୍ୟ ଦେଇ ଯାଇଥିବା ଝରଣା କୂଳରେ ମହୁଲି ମଦ ପ୍ରସ୍ତୁତ କରି ଚୋରା ରେ ମଦ ବିକ୍ରି ହେଉଥିବା ର ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା। ଅବକାରୀ ଥାନା ଓଆଇସି ଭାରତୀ ନାଏକ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଝରଣା କୁଳ ରେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ସ୍ଥାନ ଉପରେ ଚଢ଼ାଉ କରିଥିଲେ।ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ଦେଖି ଚୋରା ବେପାରୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ।ଘଟଣାସ୍ଥଳ ରେ ମିଳିଥିବା ୨୮ କୁଇଣ୍ଟାଲ୍ ମହୁଲ ପୋଚକୁ ବିଭାଗ କର୍ମଚାରୀ ମାନେ ନଷ୍ଟ କରିଥିବା ବେଳେ ୬୦ ଲିଟର ମହୁଲି ମଦକୁ ଜବତ କରିଥିଲେ।ଏଥି ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ।ଏନେଇ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ୧୫୦/୨୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଠାକୁରମୁଣ୍ଡା ଠାରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଦେଶୀ ମଦ ଜବତ୍ ହେଲେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ନହୋଇ ଫେରାର ହୋଇଯାଇଥିବା ରୁ ଅବକାରୀ ବିଭାଗକୁ ନେଇ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।